କର୍ମଦା -ବେଆଇନ ଗୋଚାଲାଣ ଅଭିଯୋଗରେ କୋର୍ଟ ଚାଲାଣ
Friday, 13 November 2020
ଧାମନଗର-ଗୋରୁ ଗାଡି ଜବତ,୫ ଗୋମାତା ଉଦ୍ଧାର
Saturday, 7 November 2020
Thursday, 5 September 2019
ବେଆଇନ ଗୋରୁ ଚାଲାଣ ବନ୍ଦ ନହେଲେ ତେଲକୋଇରେ ଆନ୍ଦୋଳନ
ତେଲକୋଇ, ୪/୯ : ତେଲକୋଇ ବ୍ଲକ ଅଧିନ ଛାମୁଣ୍ଡା ସାପ୍ତାହିକ ହାଟରୁ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଛି । ଏହି ଗୋରୁ ମାନଙ୍କୁ ଝୁମ୍ପୁରା ,କରଂଜୀଆ ଏବଂ କଲିକତା କୁ ପଠାଯାଉଛି । ଗୋରୁ ବେପାରୀ ମାନେ ଚାଲି ପାରୁ ନଥିବା ଗୋରୁ ଙ୍କୁ ୧୨ଚକିଆ ଗାଡିରେ ଚାଲାଣ କରୁଥିବା ବେଳେ ବହୁ ସଂଖ୍ୟାରେ ଗୋରୁ ଙ୍କୁ ଚଲାଇ ଚଲାଇ ନେବାରେ ଲାଗିଛନ୍ତି । ଗୋରୁ ମାନଙ୍କୁ କ୍ରୟ କରି ବେପାରୀ ମାନେ ଗଡରେ ନିର୍ଦୟ ଭାବେ କଂଟା ମାରି ଚଲାଇ ନେବାକୁ ନେଇ ବ୍ଲକ ବଜରଙ୍ଗ ଦଳ ପକ୍ଷରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବୀ କରି ଜିଲ୍ଲା ପ୍ରଶାସନ ଙ୍କ ଠାରେ ଲିଖିତ ଭାବେ ଜଣାଇଛନ୍ତି । ଦଳର ସଭାପତି କ୍ରିଷ୍ଣା ପ୍ରଶାଦ ସାହୁ ଙ୍କ କହିବାନୁଯାଇ ଗୋରୁ ମାନଙ୍କୁ ନିର୍ଯାତନା ଦେବା ସହିତ ୧୦ଚକିଆ ଟ୍ରକରେ ବସ୍ତା ଭଳି ଭର୍ତି କରି ନେବାକୁ ବିରୋଧ କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ନ ଶୁଣିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।
Posted by visakeo.com at 9:36 AM
୯୦ ଗୋରୁ ଚୋରା ଚାଲଣ ବେଳେ ୭ ଅଭିଯୁକ୍ତଙ୍କୁ ଗିରଫ
କଟକ, ୪/୯ : ବୁଧବାର ସକାଳ ସାଢେ ୫ଟା ବେଳେ ଖୋର୍ଦ୍ଧାରୁ ଏକ କଂଟେନର ଯୋଗେ କୋଲକତାକୁ ଗୋରୁ ଚାଲାଣ ହେଉଥିବା ସଂପର୍କରେ ଗୁପ୍ତ ସୂଚନା ପାଇ ମଧୁପାଟଣା ଥାନା ପୋଲିସ ୧୬ ନଂ ଜାତୀୟ ରାଜପଥର ସମ୍ରାଟ ହଲ୍ ନିକଟରେ ଥିବା ରେଲୱେ ଲାଇନ୍ ତଳେ ତନଖି ନେଇ ଗାଡିକୁ ଜବତ କରିବା ସହ ଏହି ଚାଲାଣରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଂଚଳର ମୁସଲିମ ଖାନ(୨୬), ସେକ ସିରାଜ(୨୮), ଅବଦୁଲ ଅନୱର ଖାନ(୨୩), ଶୁଭମ ମହାପାତ୍ର(୧୯), ଜ୍ଞାନୀ ରାକେଶ ମହାନ୍ତି(୩୨) , ସେକ ଜାଫର(୩୨) ଓ ସହମିଉଦ୍ଦିନ ଖାନ(୪୩) । ମିଳିଥିବା ସୂଚନା ମୁତାବକ, ଓଆର-୦୯-ବି-୭୩୬୫ ନମ୍ବର ବିଶିଷ୍ଟ ଏକ କଣ୍ଟେନରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳରୁ ୯୦ଟି ଗୋରୁଙ୍କୁ କୋଲକତା ଚାଲାଣ କରାଯାଉଥିଲା । ଏହି ଗାଡିକୁ ସୁରକ୍ଷା ଦେଇ ଆଗେ ଆଗେ ଯାଉଥିବା ଏକ ବୋଲେରୋ ଗାଡିକୁ ପୋଲିସ୍ ଜବତ କରି ଗାଡିରେ ଥିବା ୭ ଜଣ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ପରେ ପଛରେ ଆସୁଥିବା ଗୋରୁ ବୋଝେଇ କଂଟେନରକୁ ଅଟକାଇଥିଲା । ଏଥିରୁ ୯୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଛଡାଯାଇଛି । ଏନେଇ ୧୩୮/୧୯ରେ ଏକ ମାମଲା ରୁଜୁ କରାଯାଇ ଏସଆଇ ପିକେ ସାସମଲଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Thursday, 4 April 2019
ଏମତି ଦେଶ ଯେଉଁଠି ଗାଈଙ୍କ ପାଇଁ ରହିଛି ଶୌଚାଳୟ..
ଆମ ଦେଶରେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରହିଛି। ଲୋକଙ୍କ ମଧ୍ୟରେ ଶୌଚାଳୟ ବ୍ୟବହାର କରିବା ଲାଗି ସଚେତନତା ସୃଷ୍ଟି ହେଉଛି। ତେବେ ଗାଈମାନଙ୍କ ଲାଗି ଶୌଚାଳୟ ରହିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଶୌଚାଳୟ ରହିଛି ନେଦରଲାଣ୍ଡ୍ରେ। ଏଠାରେ ଦୁଗ୍ଧ ଉତ୍ପାଦନ ଏକ ଲାଭଜନକ ବ୍ୟବସାୟ। ଚାଷୀମାନେ ଡାଏରୀ ଫାର୍ମିଂ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ଫାର୍ମରୁ ସୃଷ୍ଟି ହେଉଥିବା ଟନ୍ ଟନ୍ ପରିମାଣର ଗୋବର ଓ ମୁତ୍ର ଯୋଗୁ ଆମୋନିଆ ସୃଷ୍ଟି ହୋଇ ବାୟୁ ପ୍ରଦୂଷଣର ଆଶଙ୍କା ରହିଥାଏ। ତେଣୁ ଏଠାରେ ଗାଈଙ୍କ ୟୁରିନାଲ ଡିଭାଇସ୍ ରଖାଯାଇଥାଏ। ଗାଈଙ୍କୁ ଏଠାରେ ମଳ ମୂତ୍ର ତ୍ୟାଗ କରିବା ପାଇଁ ତାଲିମ୍ ଦିଆଯାଇଥାଏ। ଫଳରେ ଗୋଟିଏ ସ୍ଥାନରେ ଗୋବର ଓ ମୂତ୍ର ସଂଗୃହୀତ ହୋଇପାରିଥାଏ। ଫାର୍ମରେ ଗାଈଗୁଡ଼ିକ ମଣିଷ ପରି ଶୌଚାଳୟରେ ମଳମୂତ୍ର ତ୍ୟାଗ କରିଥାନ୍ତି। ଏହା ଦେଖିଲେ ଯେ କେହି ଚକିତ ହୋଇଯିବେ।
Subscribe to:
Posts (Atom)



