ତେଲକୋଇ, ୪/୯ : ତେଲକୋଇ ବ୍ଲକ ଅଧିନ ଛାମୁଣ୍ଡା ସାପ୍ତାହିକ ହାଟରୁ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଛି । ଏହି ଗୋରୁ ମାନଙ୍କୁ ଝୁମ୍ପୁରା ,କରଂଜୀଆ ଏବଂ କଲିକତା କୁ ପଠାଯାଉଛି । ଗୋରୁ ବେପାରୀ ମାନେ ଚାଲି ପାରୁ ନଥିବା ଗୋରୁ ଙ୍କୁ ୧୨ଚକିଆ ଗାଡିରେ ଚାଲାଣ କରୁଥିବା ବେଳେ ବହୁ ସଂଖ୍ୟାରେ ଗୋରୁ ଙ୍କୁ ଚଲାଇ ଚଲାଇ ନେବାରେ ଲାଗିଛନ୍ତି । ଗୋରୁ ମାନଙ୍କୁ କ୍ରୟ କରି ବେପାରୀ ମାନେ ଗଡରେ ନିର୍ଦୟ ଭାବେ କଂଟା ମାରି ଚଲାଇ ନେବାକୁ ନେଇ ବ୍ଲକ ବଜରଙ୍ଗ ଦଳ ପକ୍ଷରୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବୀ କରି ଜିଲ୍ଲା ପ୍ରଶାସନ ଙ୍କ ଠାରେ ଲିଖିତ ଭାବେ ଜଣାଇଛନ୍ତି । ଦଳର ସଭାପତି କ୍ରିଷ୍ଣା ପ୍ରଶାଦ ସାହୁ ଙ୍କ କହିବାନୁଯାଇ ଗୋରୁ ମାନଙ୍କୁ ନିର୍ଯାତନା ଦେବା ସହିତ ୧୦ଚକିଆ ଟ୍ରକରେ ବସ୍ତା ଭଳି ଭର୍ତି କରି ନେବାକୁ ବିରୋଧ କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ନ ଶୁଣିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।
Thursday, 5 September 2019
୯୦ ଗୋରୁ ଚୋରା ଚାଲଣ ବେଳେ ୭ ଅଭିଯୁକ୍ତଙ୍କୁ ଗିରଫ
କଟକ, ୪/୯ : ବୁଧବାର ସକାଳ ସାଢେ ୫ଟା ବେଳେ ଖୋର୍ଦ୍ଧାରୁ ଏକ କଂଟେନର ଯୋଗେ କୋଲକତାକୁ ଗୋରୁ ଚାଲାଣ ହେଉଥିବା ସଂପର୍କରେ ଗୁପ୍ତ ସୂଚନା ପାଇ ମଧୁପାଟଣା ଥାନା ପୋଲିସ ୧୬ ନଂ ଜାତୀୟ ରାଜପଥର ସମ୍ରାଟ ହଲ୍ ନିକଟରେ ଥିବା ରେଲୱେ ଲାଇନ୍ ତଳେ ତନଖି ନେଇ ଗାଡିକୁ ଜବତ କରିବା ସହ ଏହି ଚାଲାଣରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଂଚଳର ମୁସଲିମ ଖାନ(୨୬), ସେକ ସିରାଜ(୨୮), ଅବଦୁଲ ଅନୱର ଖାନ(୨୩), ଶୁଭମ ମହାପାତ୍ର(୧୯), ଜ୍ଞାନୀ ରାକେଶ ମହାନ୍ତି(୩୨) , ସେକ ଜାଫର(୩୨) ଓ ସହମିଉଦ୍ଦିନ ଖାନ(୪୩) । ମିଳିଥିବା ସୂଚନା ମୁତାବକ, ଓଆର-୦୯-ବି-୭୩୬୫ ନମ୍ବର ବିଶିଷ୍ଟ ଏକ କଣ୍ଟେନରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳରୁ ୯୦ଟି ଗୋରୁଙ୍କୁ କୋଲକତା ଚାଲାଣ କରାଯାଉଥିଲା । ଏହି ଗାଡିକୁ ସୁରକ୍ଷା ଦେଇ ଆଗେ ଆଗେ ଯାଉଥିବା ଏକ ବୋଲେରୋ ଗାଡିକୁ ପୋଲିସ୍ ଜବତ କରି ଗାଡିରେ ଥିବା ୭ ଜଣ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ପରେ ପଛରେ ଆସୁଥିବା ଗୋରୁ ବୋଝେଇ କଂଟେନରକୁ ଅଟକାଇଥିଲା । ଏଥିରୁ ୯୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଛଡାଯାଇଛି । ଏନେଇ ୧୩୮/୧୯ରେ ଏକ ମାମଲା ରୁଜୁ କରାଯାଇ ଏସଆଇ ପିକେ ସାସମଲଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Thursday, 4 April 2019
ଏମତି ଦେଶ ଯେଉଁଠି ଗାଈଙ୍କ ପାଇଁ ରହିଛି ଶୌଚାଳୟ..
ଆମ ଦେଶରେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରହିଛି। ଲୋକଙ୍କ ମଧ୍ୟରେ ଶୌଚାଳୟ ବ୍ୟବହାର କରିବା ଲାଗି ସଚେତନତା ସୃଷ୍ଟି ହେଉଛି। ତେବେ ଗାଈମାନଙ୍କ ଲାଗି ଶୌଚାଳୟ ରହିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଶୌଚାଳୟ ରହିଛି ନେଦରଲାଣ୍ଡ୍ରେ। ଏଠାରେ ଦୁଗ୍ଧ ଉତ୍ପାଦନ ଏକ ଲାଭଜନକ ବ୍ୟବସାୟ। ଚାଷୀମାନେ ଡାଏରୀ ଫାର୍ମିଂ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ଫାର୍ମରୁ ସୃଷ୍ଟି ହେଉଥିବା ଟନ୍ ଟନ୍ ପରିମାଣର ଗୋବର ଓ ମୁତ୍ର ଯୋଗୁ ଆମୋନିଆ ସୃଷ୍ଟି ହୋଇ ବାୟୁ ପ୍ରଦୂଷଣର ଆଶଙ୍କା ରହିଥାଏ। ତେଣୁ ଏଠାରେ ଗାଈଙ୍କ ୟୁରିନାଲ ଡିଭାଇସ୍ ରଖାଯାଇଥାଏ। ଗାଈଙ୍କୁ ଏଠାରେ ମଳ ମୂତ୍ର ତ୍ୟାଗ କରିବା ପାଇଁ ତାଲିମ୍ ଦିଆଯାଇଥାଏ। ଫଳରେ ଗୋଟିଏ ସ୍ଥାନରେ ଗୋବର ଓ ମୂତ୍ର ସଂଗୃହୀତ ହୋଇପାରିଥାଏ। ଫାର୍ମରେ ଗାଈଗୁଡ଼ିକ ମଣିଷ ପରି ଶୌଚାଳୟରେ ମଳମୂତ୍ର ତ୍ୟାଗ କରିଥାନ୍ତି। ଏହା ଦେଖିଲେ ଯେ କେହି ଚକିତ ହୋଇଯିବେ।
Sunday, 28 October 2018
ଗୋ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଓଡିଶା ସୁରକ୍ଷା ସେନାର ଧାରଣା
Saturday, 6 October 2018
गोरक्षा पर मंत्री रामदास आठवले का बयान, ‘गौरक्षा के नाम पर मुसलमानों पर अत्याचार हुए हैं !´
October 6, 2018

नई देहली : रिपब्लिकन पार्टी ऑफ इंडिया के अध्यक्ष और केंद्र सरकार में मंत्री रहे रामदास आठवले ने कहा है कि केंद्र में एनडीए की सरकार बनने के बाद गाय के नाम पर मुसलमानों को तंग किया गया और उन पर अत्याचार हुआ है। आठवले ने कहा कि, वो चाहते हैं कि मुसलमानों को गौरक्षा में आगे आकर हिस्सेदारी करनी चाहिए, जो कि हिन्दुओं को भी अच्छा लगेगा और इससे भाईचारा बढेगा !
शुक्रवार को उत्तर प्रदेश के मुख्यमंत्री योगी आदित्यनाथ पर आधारित एक किताब ‘मुसलमान और योगी आदित्यनाथ’ का विमोचन करते हुए केंद्रीय सामाजिक न्याय एवं अधिकारिता राज्यमंत्री आठवले ने कहा कि कुछ मुसलमानों के साथ गौरक्षा के नाम पर ज्यादती हुई है !
आठवले ने कहा, मोदी सरकार के सत्ता में आने के बाद गौरक्षा के नाम पर उत्पात मचाया गया। कुछ मुस्लिमों को अत्याचारों का सामना करना पडा परंतु मुस्लिमों को भी गाय की रक्षा करनी चाहिए क्योंकि हिन्दू गाय को मां मानते हैं और उसकी पूजा करते हैं !
आठवले ने इस दौरान कहा कि वो हमेशा से हिन्दुओं और मुसलमानों में एकता के तरफदार रहे हैं। उन्होंने कहा कि भारत को मजबूत देश बनाने के लिए यह जरूरी है कि हिन्दु मुसलमान शान्ति से साथ रहें क्योंकि दोनों समुदाय अगर लडेंगे तो भारत कमजोर हो जाएगा। आठवले ने कहा कि प्रधानमंत्री नरेद्र मोदी और यूपी के सीएम आदित्यनाथ मुस्लिम विरोधी नहीं हैं ! प्रधानमंत्री ने हमेशा सबका साथ सबका विकास की बात की है !
स्रोत : वन इंडिया
Tuesday, 2 October 2018
ବେଆଇନ ଗୋ ଚାଲାଣକୁ ନେଇ ଅସୁରାଳିରେ ଉତେଜନା
ଭଦ୍ରକ, : ବେଆଇନ ଗୋରୁ ଚାଲାଣକୁ ନେଇ ଭଦ୍ରକ ଜିଲ୍ଲାରେ ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଶନିବାର ରାତିରେ ଉଗ୍ରରୂପ ନେଇଛି । ଧାମନଗର ବ୍ଲକର ଅସୁରାଳି ଠାରେ ଉତ୍ୟକ୍ତ ଲୋକେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସାତୋଟି ଗୋରୁ ଗାଡ଼ିକୁ ଅଟକାଇ ଭାଙ୍ଗିରୁଜି ଦେଇଥିବା ବେଳେ ଗୋଟିଏ ଗାଡ଼ିକୁ ଜାଳି ଦେଇଥିବା ଜଣାଯାଇଛି । ଗାଡ଼ି ମଧ୍ୟରୁ ୧୮୦ରୁ ଅଧିକ ଗୋରୁକୁ ଫିଟାଇ ଦିଆଯାଇଥିବା ବେଳେ ଦୟନୀୟ ଭାବେ ବନ୍ଧା ହୋଇଥିବା ଦୁଇଟି ଗାଈଙ୍କର ମୃତ୍ୟୁ ଘଟିଛି । ୧୫ଟି ଗାଈର ଅବସ୍ଥା ଗୁରୁତର ରହିଛି । ଏହି ଘଟଣାକୁ କେନ୍ଦ୍ର କରି ଅସୁରାଳି ବଜାରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିବା ସ୍ଥଳେ ଉତ୍ୟକ୍ତ ଲୋକେ ଭଦ୍ରକ-ଆଖଣ୍ଡଳମଣୀ ରାଜ୍ୟ ରାଜପଥର ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦାବି ନେଇ ରାସ୍ତାରୋକ କରିଥିଲେ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ପନ୍ଦରବାଟିଆ ଓ ପାୟାସାହି ଅଂଚଳରୁ ବର୍ଷ ବର୍ଷ ଧରି ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି । ଗତ ଗୁରୁବାର ଦିନ ଚୋରାରେ ବାହାରକୁ ଏକ ପିକ୍ଅପରେ ୬ଟି ଷଣ୍ଢକୁ ଚାଲାଣ କରାଯାଉଥିବା ବେଳେ ଅସୁରାଳି ଠାରେ ସ୍ଥାନୀୟ ଲୋକେ ଏହାକୁ ଧରି ଧୂଷୁରୀ ପୋଲିସର ଜିମା ଦେଇଥିଲେ । ଏହାକୁ ନେଇ ଚାପା ଅସନ୍ତୋଷ ଲାଗି ରହିଥିବା ବେଳେ ଗତକାଲି ରାତି ପ୍ରାୟ ୧.୩୦ ସମୟରେ ସାତୋଟି ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଅସୁରାଳି ବଜାର ଉପରେ କିଛି ଲୋକ ଏହାକୁ ଅଟକ ରଖିଥଲେ । ଗୋଟିଏ ପିକଅପ ଭ୍ୟାନରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ୩୦ରୁ ୩୫ ଟି ଗୋରୁଙ୍କୁ ତଳ ଉପର କରି ଝୁଲାଇ ବାନ୍ଧି ନିଆଯାଉଥିବା ବେଳେ ଉତ୍ୟକ୍ତ ଲୋକେ ଗାଡ଼ି ମଧ୍ୟରୁ ଏମାନଙ୍କୁ ଉଦ୍ଧାର କରି ଛାଡ଼ି ଦେଇଥିଲେ । ଗାଡ଼ିକୁ ଲୋକେ ଅଟକାଇ ଦେବାରୁ ଡ଼୍ରାଇଭର ଓ ସହଯୋଗୀ ମାନେ ଘଟଣା ସ୍ଥଳରୁ ଖସି ଯାଇଥିଲେ । ଚାଲାଣ ବେଳେ ଉଦ୍ଧାର ଗାଈ ଗୋରୁ ମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଥିବା ଦେଖବାକୁ ମିଳିଥିଲା । ଗୋ ଚାଲାଣ ହେଉଥିବା ସାତୋଟି ପିକଅପ ଭ୍ୟାନ ଓଡ଼ି-୦୪ଡ଼ି୪୦୧୯, ଓଡ଼ି-୦୪କେ-୪୪୧୧, ଓଡ଼ି-୨୨ଜେ-୩୮୦୬, ଓଡ଼ି୨୨ଏ-୫୮୩୯, ଓଆର-୦୪ଏଫ- ୯୩୯୬, ଓଆର-୦୧ଏଚ୭୪୦୪ ଏବଂ ଓଆର-୦୧ଏଫ- ୩୯୮୬କୁ ବଜାର ମଝିରେ ଲୋକେ ଭଙ୍ଗାରୁଜା କରିଥିଲେ । ଏଥି ମଧ୍ୟରୁ ଗୋଟିଏ ଗାଡ଼ିକୁ ଜାଳି ଦେଇଥିଲେ । ଧାମନଗରରୁ ଦମକଳ ଆସି ନିଆଁକୁ ଲିଭାଇଥିଲା । ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ କବଳରୁ ଗାଡ଼ିକୁ ରକ୍ଷା କରିପାରିନଥିଲା । ଖବର ଜଣା ପଡ଼ିବା ପରେ ସକାଳୁ ଅସୁରାଳି ବଜାର ଅଂଚଳ ଲୋକାରଣ୍ୟ ହୋଇ ଯାଇଥିଲା । ପୋଲିସର ନିଷ୍କ୍ରିୟିତା ଯୋଗୁଁ ବେଆଇନ ଗୋ ଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ କରି ଶହଶହ ଲୋକ ଏଠାରେ ରାସ୍ତା ଉପରେ ବସି ରହି ଭଦ୍ରକ-ଆରଡ଼ି ସଡ଼କକୁ ଅବରୋଧ କରି ଦେଇଥିଲେ । ସ୍ଥିତି କ୍ରମଶଃ ବିଗୁଡ଼ୁଥିବାରୁ ଘଟଣା ସ୍ଥଳରେ ୨ ପ୍ଳାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଧାମନଗର ଉପଖଣ୍ଡ ପୋଲିସ ଅଧିକାରୀ ୍ମନୋରଂଜନ ସାମଲ, ମାଜିଷ୍ଟ୍ରେଟ ଭାବେ ଭଣ୍ଡାରିପୋଖରୀ ତହସିଲଦାରପ୍ରଣୟ କୁମାର ଜେନା, ଧୂଷୁରୀ ଆଇଆଇସି ରାମ କୁମାର ମୁର୍ମୁ, ଧାମନଗର ଆଇଆଇସି ବନ୍ଦନା ପାତ୍ର,ଏସଆଇ ଗୟାଧର ବେହେରା ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇ ପଡ଼ି ରହିଥିବା ଗୋରୁ ମାନଙ୍କର ଚିକିତ୍ସା ସ୍ଥାନୀୟ ଲୋକଙ୍କ ସହାୟତାରେ କରାଇଥିଲେ । ଦୀର୍ଘ ସମୟର ଉତେଜନା ଏବଂ ରାସ୍ତା ଅବରୋଧ ହେତୁ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା । ସ୍ଥାନୀୟ ବଣିକ ସଂଘର କର୍ମକର୍ତା, ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦିଗରେ ଦୃଢ ପଦକ୍ଷେପ ନେବାର ପ୍ରତିଶୃତି ଦେବା ପରେ ରବିବାର ପୂର୍ବାହ୍ନ ୧୧ ବେଳେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ମଧ୍ୟପ୍ରଦେଶରେ ଗଠିତ ହେବ ଗୋ-ମନ୍ତ୍ରଣାଳୟ
ଭୋପାଳ, ୧/୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତ ଥରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ହୋଇଛି । ଏହିକ୍ରମରେ ଶାସନକୁ ଆସିଲେ ରାଜ୍ୟବ୍ୟାପୀ ଗୋଶାଳା ନିର୍ମାଣ କରିବ ବୋଲି କଂଗ୍ରେସ ଘୋଷଣା କରିଥିବାବେଳେ ଶାସକ ବିଜେପି ଗୋ ମନ୍ତ୍ରଣାଳୟ ଗଠନ କରିବ ବୋଲି ଘୋଷଣା କରିଛି । ରବିବାର ମଧ୍ୟପ୍ରଦେଶର ଦୁଇଟି ପୃଥକ ପୃଥକ ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ଏହି ଘୋଷଣା କରିଛନ୍ତି । ଖଜୁରାହୋର ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ଯେ, ପ୍ରଦେଶରେ ଗୋରକ୍ଷା ବୋର୍ଡ ଗଠିତ ହୋଇଛି । ଏହି ବୋର୍ଡକୁ ମନ୍ତ୍ରଣାଳୟରେ ପରିବର୍ତ୍ତନ ରକି ଏକ ପୂଣ୍ଣ ଗୋମନ୍ତ୍ରାଳୟ ଗଠନ କରିବାକୁ ଯୋଜନା କରୁଛୁ । ସାଗର ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶିବରାଜ କହିଥିଲେ ଯେ, ଏବେ ଗୋ-ମନ୍ତ୍ରାଳୟ ଗଠନ କରାଯିବ । ଏହାଦ୍ୱାରା ଗୋମାତା ଓ ଗୋବଂଶର ସୁରକ୍ଷା ହୋଇପାରିବ । ଏହାସହ ବିଜେପି ପ୍ରଦେଶର ବିଭିନ୍ନ ସ୍ଥାନରେ ଗୋଶାଳା ନିମୟାର କରିବ ବୋଲି ସେ କହିଛନ୍ତି । ଉଲ୍ଲେଖଥାଉ କି, ଶିବରାଜଙ୍କ ଏହି ଘୋଷଣା ପୂର୍ବରୁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଥିବା ସ୍ୱାମୀ ଅଖିଳେଶ୍ୱରନନ୍ଦ ଗୋ ମନ୍ତ୍ରାଳୟ ଗଠନ ପାଇଁ ଦାବି କରିଥିଲେ । ସ୍ୱାମୀ ଅଖିଳେଶ୍ୱରନନ୍ଦଙ୍କ ଏହି ଦାବିକୁ ଜନସମର୍ଥନ ମିଳିବା ପରେ ଶାସନକୁ ଆସିଲେ କଂଗ୍ରେସ ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଶାଳା ନିର୍ମାଣ କରିବ ବୋଲି ଗତ ସେପ୍ଟେମ୍ବର ୨ରେ ଘୋଷଣା କରିଥିଲା । ଏବେ ବିଜେପି ପକ୍ଷରୁ ଗୋ ମନ୍ତ୍ରାଳୟ ଗଠନ ନେଇ ଘୋଷଣା କରାଯାଇଛି । ଫଳରେ ମଧ୍ୟପ୍ରଦେଶରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି ।
Subscribe to:
Posts (Atom)

