Tuesday, 2 October 2018

ମଧ୍ୟପ୍ରଦେଶରେ ଗଠିତ ହେବ ଗୋ-ମନ୍ତ୍ରଣାଳୟ


ଭୋପାଳ, ୧/୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଚଳିତ ଥରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ହୋଇଛି  । ଏହିକ୍ରମରେ ଶାସନକୁ ଆସିଲେ ରାଜ୍ୟବ୍ୟାପୀ ଗୋଶାଳା ନିର୍ମାଣ କରିବ ବୋଲି କଂଗ୍ରେସ ଘୋଷଣା କରିଥିବାବେଳେ ଶାସକ ବିଜେପି ଗୋ ମନ୍ତ୍ରଣାଳୟ ଗଠନ କରିବ ବୋଲି ଘୋଷଣା କରିଛି  । ରବିବାର ମଧ୍ୟପ୍ରଦେଶର ଦୁଇଟି ପୃଥକ ପୃଥକ ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ଏହି ଘୋଷଣା କରିଛନ୍ତି  । ଖଜୁରାହୋର ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ଯେ, ପ୍ରଦେଶରେ ଗୋରକ୍ଷା ବୋର୍ଡ ଗଠିତ ହୋଇଛି  । ଏହି ବୋର୍ଡକୁ ମନ୍ତ୍ରଣାଳୟରେ ପରିବର୍ତ୍ତନ ରକି ଏକ ପୂଣ୍ଣ ଗୋମନ୍ତ୍ରାଳୟ ଗଠନ କରିବାକୁ ଯୋଜନା କରୁଛୁ  । ସାଗର ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ଶିବରାଜ କହିଥିଲେ ଯେ, ଏବେ ଗୋ-ମନ୍ତ୍ରାଳୟ ଗଠନ କରାଯିବ  । ଏହାଦ୍ୱାରା ଗୋମାତା ଓ ଗୋବଂଶର ସୁରକ୍ଷା ହୋଇପାରିବ  । ଏହାସହ ବିଜେପି ପ୍ରଦେଶର ବିଭିନ୍ନ ସ୍ଥାନରେ ଗୋଶାଳା ନିମୟାର କରିବ ବୋଲି ସେ କହିଛନ୍ତି  । ଉଲ୍ଲେଖଥାଉ କି, ଶିବରାଜଙ୍କ ଏହି ଘୋଷଣା ପୂର୍ବରୁ ରାଜ୍ୟରେ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟା ପାଇଥିବା ସ୍ୱାମୀ ଅଖିଳେଶ୍ୱରନନ୍ଦ ଗୋ ମନ୍ତ୍ରାଳୟ ଗଠନ ପାଇଁ ଦାବି କରିଥିଲେ  । ସ୍ୱାମୀ ଅଖିଳେଶ୍ୱରନନ୍ଦଙ୍କ ଏହି ଦାବିକୁ ଜନସମର୍ଥନ ମିଳିବା ପରେ ଶାସନକୁ ଆସିଲେ କଂଗ୍ରେସ ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଶାଳା ନିର୍ମାଣ କରିବ ବୋଲି ଗତ ସେପ୍ଟେମ୍ବର ୨ରେ ଘୋଷଣା କରିଥିଲା  । ଏବେ ବିଜେପି ପକ୍ଷରୁ ଗୋ ମନ୍ତ୍ରାଳୟ ଗଠନ ନେଇ ଘୋଷଣା କରାଯାଇଛି  । ଫଳରେ ମଧ୍ୟପ୍ରଦେଶରେ ଗୋ ସୁରକ୍ଷା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି  ।

No comments:

Post a Comment