Wednesday, 29 August 2018
ଗୋ-ଚାଲାଣ ନେଇ ରାଜ୍ୟପାଳଙ୍କ ଚିନ୍ତା ପରେ ସରକାରଙ୍କ ନିଦ ଭାଙ୍ଗିଲା
ଭୁବନେଶ୍ୱର , ୨୮/୮ସମଗ୍ର ରାଜ୍ୟରୁ ହେଉଥିବା ବେଆଇନ ଗୋ ଚାଲାଣକୁ ନେଇ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିନ୍ତା ବ୍ୟକ୍ତ କରିବା ପରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଗୋ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ତଃରାଜ୍ୟ ଫାଟକ ଗୁଡିକରେ ଯାଞ୍ଚ କାର୍ଯ୍ୟ କଡା କଡି କରିବାକୁ ମଧ୍ୟ କୁହାଯାଇଛି । ଗୋ ଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ପୁଲିସକୁ ସତର୍କ ରହିବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ବିଭାଗୀୟ ସକ୍ରିୟତା ଉପରେ ଗୁରୁତ୍ୱ ଦେଇଛି । ନିକଟରେ ଟିଟୋ ଗ୍ୟାଙ୍ଗର ଜଣେ ଦୁର୍ଦ୍ଦାନ୍ତ ଅପରାଧି ବଟୁ ଗିରଫ ହେବା ପରେ ସେ କିପରି ଓଡିଶାର ବିଭିନ୍ନ ଜିଲ୍ଲାରୁ ଗୋ ଚାଲାଣ କରିଥାଏ ତାହା ସମ୍ମୁଖକୁ ଆସିଥିଲା । ଗୋ ଚାଲାଣ କରି ସେ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରୁଥିବା ଅନୁଧ୍ୟାନ ସମୟରେ ଜଣାପଡିଥିଲା ।
Tuesday, 28 August 2018
Saturday, 25 August 2018
Friday, 24 August 2018
कोलकाता उच्च न्यायालय की ममता सरकार को फटकार, ‘सार्वजनिक जगहों पर न हो पशु वध‘
August 24, 2018

कोलकाता : कोलकाता उच्च न्यायालय ने पश्चिम बंगाल सरकार को यह सुनिश्चित करने के निर्देश दिए हैं कि किसी सार्वजनिक स्थल पर पशुओं का वध नहीं हो ! उच्च न्यायालय ने राज्य सरकार के अधिकारियों को ऐसे जरूरी कदम उठाने के भी निर्देश दिए जिससे अगले साल बकरीद से पहले पश्चिम बंगाल पशु वध नियंत्रण कानून-१९५० के प्रावधानों पर अमल सुनिश्चित हो !
उच्च न्यायालय ने यह भी निर्देश दिया है कि आगामी वर्ष बकरीद से पूर्व लगातार विज्ञापन प्रकाशित किए जाएं कि सार्वजनिक जगहों पर पशुओं का वध नहीं किया जाए। एक जनहित याचिका पर न्यायालय के पहले के एक आदेश के सिलसिले में राज्य सरकारद्वारा दाखिल एक संशोधन आवेदन पर आदेश पारित करते हुए उच्च न्यायालय के मुख्य न्यायाधीश जे भट्टाचार्य की अध्यक्षतावाली खंडपीठ ने हैरत जताई कि राज्य सरकार के पास ६८ साल पुराने कानून के प्रावधानों को लागू कराने की मशीनरी नहीं है !

पीठ ने कहा कि किसी ने निश्चित तौर पर अपेक्षा की होगी कि इस समय तक राज्य सरकार के पास एक ऐसी मशीनरी होगी ताकि १९५० के उक्त कानून के प्रावधानों को लागू किया जा सके। कोर्ट ने महाधिवक्ता किशोर दत्ता की ओर से दायर संशोधन आवेदन को मंजूर कर लिया ताकि कानून के प्रावधानों पर इस साल की बजाय अगले साल बकरीद से पहले अमल सुनिश्चित किया जा सके !
स्त्रोत : जागरण
ବେଆଇନ ଗୋ-ଚାଲାଣ ପ୍ରସଙ୍ଗ: ମାମଲାରେ ବିଶ୍ୱ ଗୋ-ସୁରକ୍ଷା ବାହିନୀ ପକ୍ଷଭୁକ୍ତ
କଟକ, ୨୪/୮ ରାଜ୍ୟରେ ଚାଲିଥିବା ବେଆଇନ ଗୋ ଚାଲାଣକୁ ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ବାରମ୍ବାର ବିରୋଧ କରାଯିବା ସତ୍ତେ୍ୱ ଚାଲାଣକାରୀମାନେ ଅବାଧରେ କଟକ ସହର ଓ ରାଜ୍ୟ ବାହାରର କଂସେଇଖାନାକୁ ଗୋ ଚାଲାଣ କରୁଛନ୍ତି । ଏଥିପାଇଁ ବାହିନୀ ପକ୍ଷରୁ ଅଦାଲତର ଆଶ୍ରୟ ନିଆଯାଇଥିବା ବେଳେ ଏହି କାର୍ଯ୍ୟକଳାପ ଚାଲିଥିବା ପରିଲକ୍ଷିତ ହୋଇଛି । ବାଦାମବାଡିରୁ ଜବତ କରାଯାଇଥିବା ଏକ ଗୋରୁ ବୋଝେଇ ଗାଡି ମାମଲାରେ ଏସଡିଜେଏମ କୋର୍ଟ ବିଶ୍ୱ ଗୋସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡା ପକ୍ଷଭୁକ୍ତ କରିଛନ୍ତି । ଗତ ଜୁଲାଇ ୩୧ ତାରିଖରେ ଗୋଟିଏ ପିକଅପ୍ ଭ୍ୟାନ(ଓଆର୦୫-ଜେ-୮୪୬୧)ରେ ୧୨ଟି ଗାଈକୁ ନେଇ ନିଆଳିରୁ କଟକକୁ ଆସୁଥିବା ବେଳେ ଗୋ-ସୁରକ୍ଷା କର୍ମୀ ଓ ପୁଲିସ ଦ୍ୱାରା ଉଦ୍ଧାର କରାଯାଇ ସେମାନଙ୍କୁ ଗୋଶାଳାରେ ଛଡାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ବାଦାମବାଡି ଥାନାରେ ମାମଲା ରୁଜୁ କରାଯାଇଥିଲା । ତେବେ ଭୁବନେଶ୍ୱରର ଝାରପଡା ମୁସଲିମ ସାହିର ସେକ୍ କୁନା ନିଜକୁ ଗାଈର ମାଲିକ ବୋଲି ଦର୍ଶାଇ କଟକ ଏସଡିଜେଏମ(ସଦର)ଙ୍କ କୋର୍ଟରେ ଗାଈମାନଙ୍କୁ ନେବାପାଇଁ ମାମଲା ରୁଜୁ କରିଥିଲା । ଗୋମାତାଙ୍କ ସୁରକ୍ଷା ପାଇଁ ଉକ୍ତ ମାମଲାରେ ବିଶ୍ୱ ଗୋ-ସୁରକ୍ଷା ବାହିନୀର ରାଜ୍ୟ ସଭାପତି ଆଇନଜୀବୀ ସୁରେଶ କୁମାର ପଣ୍ଡା ପକ୍ଷଭୁକ୍ତ ହେବା ପାଇଁ ଏକ ମିସ୍ କେସ୍ ଦାୟର କରିଥିଲେ । ମାନ୍ୟବର କୋର୍ଟ ମାମଲାର ଶୁଣାଣି କରି ଶ୍ରୀ ପଣ୍ଡାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ସହିତ ଆସନ୍ତା ୨୮ ତାରିଖରେ ତାଙ୍କର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖ ରାତି ଦୁଇଟା ସମୟରେ ନିଆଳିରୁ ଏକ ପିକଅପ୍ ଭ୍ୟାନ(ଓଆର-୦୫- ଜେ-୮୪୬୧) ୧୨ଟି ଗୋରୁଙ୍କୁ ଅତି ନିର୍ମମ ଭାବେ ପଛ ଗୋଡ ଭାଙ୍ଗି, ଶିଙ୍ଘକୁ ବାନ୍ଧି ବସ୍ତାପରି ଲଦି କଟକ କଂସେଇ ଖାନାକୁ ହତ୍ୟା ପାଇଁ ଆଣୁଥିବା ଖବର ବିଶ୍ୱ ଗୋ-ସୁରକ୍ଷା ବାହିନୀର ସଦସ୍ୟମାନେ ଜାଣିପାରି ତାକୁ ଅଟକାଇବା ପାଇଁ ପିଛା କରିଥିଲେ । ତେବେ ଗାଡିଟି ଖୁବ୍ ଦ୍ରୁତ ଗତିରେ କଟକ ଆଡକୁ ଆସୁଥିବାରୁ ସେମାନେ ବାଦାମବାଡି ଥାନାକୁ ଜଣାଇଥିଲେ । ଥାନା ପୋଲିସ ବାଦାମବାଡି ଟ୍ରାଫିକ ଛକ ନିକଟରେ ଗାଡିଟିକୁ ଅଟକାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ମାନ୍ୟବର ହାଇକୋର୍ଟଙ୍କ ଆଦେଶ, ଏମଭି ଆକ୍ଟ ୧୯୭୮, ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆଙ୍କ ନିର୍ଦ୍ଦେଶ ଓ କାଓ ସ୍ଲଟର ଆକ୍ଟ ୧୯୬୦କୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଗୋଚାଲାଣ କରାଯାଉଥିବା ନେଇ ବାହିନୀର ରାଜ୍ୟ ସଭାପତି ଶ୍ରୀ ପଣ୍ଡା କୋର୍ଟଙ୍କୁ ଦର୍ଶାଇଥିଲେ । ସରକାରଙ୍କ ପକ୍ଷରୁ ବିଶ୍ୱଜିତ ବରାଳ ଓ ଆର ରେଡ୍ଡି ମାମଲା ପରିଚାଳନା କରୁଥିବା ବେଳେ ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଆଇନଜୀବୀ ରମାକାନ୍ତ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍୍ର ଦାସ, ରିତୁ ରଂଜନ ଛୋଟରାୟ, ଗଗନ ବାରିକ ପ୍ରମୁଖ ମାମଲା ପରିଚାଳିନା କରୁଥିଲେ ।
ଗୋମାଂସ ଓ ଚମଡା ବୋଝେଇ ଟ୍ରଲି ପୁଲିସ୍ ଦ୍ୱାରା ଜବତ, ରାସ୍ତାରୋକ
ଭଦ୍ରକ, ୨୪ା୮ - ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସହରସ୍ଥିତ ଚରମ୍ପା କେନାଲବନ୍ଧ ରୋଡ୍ରେ ଗୋ ମାଂସ ଓ ଚମଡା ବୋଝେଇ ଏକ ଟ୍ରଲିକୁ ପୁଲିସ୍ ଜବତ କରିଛି । ତେବେ ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଏହି କେନାଲ ରୋଡ୍ରେ ଉକ୍ତ ଟ୍ରଲିଟି ଯାଉଥିବା ସମୟରେ ସନ୍ଦେହ କରି ସ୍ଥାନୀୟ ଲୋକେ ତାକୁ ଅଟକ ରଖିଥିଲେ । ପରେ ଯାଞ୍ଚ ସମୟରେ ବସ୍ତା ମଧ୍ୟରେ ଗୋ ମାଂସ ଓ ଚମଡା ଥିବାର ଜଣାପଡିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୧୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ଓ ଗଛପକାଇ ତାହାକୁ ଦୀର୍ଘସମୟ ଅବରୋଧ କରିଥିଲେ । ଏହାର ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଫୋର୍ସ ସହ ସେଠାରେ ପହଞ୍ôଚ ଟ୍ରଲିଟିକୁ ଜବତ କରିବା ସହ ଚାଳକକୁ ଥାନାକୁ ନେଇଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।
Subscribe to:
Posts (Atom)


