Wednesday, 29 August 2018
ଗୋ-ଚାଲାଣ ନେଇ ରାଜ୍ୟପାଳଙ୍କ ଚିନ୍ତା ପରେ ସରକାରଙ୍କ ନିଦ ଭାଙ୍ଗିଲା
ଭୁବନେଶ୍ୱର , ୨୮/୮ସମଗ୍ର ରାଜ୍ୟରୁ ହେଉଥିବା ବେଆଇନ ଗୋ ଚାଲାଣକୁ ନେଇ ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିନ୍ତା ବ୍ୟକ୍ତ କରିବା ପରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଗୋ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ତଃରାଜ୍ୟ ଫାଟକ ଗୁଡିକରେ ଯାଞ୍ଚ କାର୍ଯ୍ୟ କଡା କଡି କରିବାକୁ ମଧ୍ୟ କୁହାଯାଇଛି । ଗୋ ଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ପୁଲିସକୁ ସତର୍କ ରହିବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ବିଭାଗୀୟ ସକ୍ରିୟତା ଉପରେ ଗୁରୁତ୍ୱ ଦେଇଛି । ନିକଟରେ ଟିଟୋ ଗ୍ୟାଙ୍ଗର ଜଣେ ଦୁର୍ଦ୍ଦାନ୍ତ ଅପରାଧି ବଟୁ ଗିରଫ ହେବା ପରେ ସେ କିପରି ଓଡିଶାର ବିଭିନ୍ନ ଜିଲ୍ଲାରୁ ଗୋ ଚାଲାଣ କରିଥାଏ ତାହା ସମ୍ମୁଖକୁ ଆସିଥିଲା । ଗୋ ଚାଲାଣ କରି ସେ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରୁଥିବା ଅନୁଧ୍ୟାନ ସମୟରେ ଜଣାପଡିଥିଲା ।
Subscribe to:
Post Comments (Atom)
No comments:
Post a Comment