Sunday, 19 August 2018

ଗୋରୁ ବୋଝେଇ ଟ୍ରକ୍‍ ଅଟକ, ୩୦୦ରୁ ଅଧିକ ଗୋରୁ ଉଦ୍ଧାର


ପଡିଥିବା ବେଳେ ଚୋରା ଚାଲାଣ କରାଯାଉଥିବା ବହୁ ସଂଖ୍ୟାରେ ଗୋରୁଙ୍କର ମୃତ୍ୟୁ ଘଟିଥିଲା । ଏପରିସ୍ଥଳେ ପୁଣି ରବିବାର ୪ଟି ଟ୍ରକରେ ବିପୁଳ ସଂଖ୍ୟାରେ ଗୋରୁଙ୍କୁ ଚୋରା ଚାଲାଣ କରାଯାଉଥିବା ବେଳେ ଏହି ୪ଟି ଗୋରୁ ବୋଝେଇ ଟ୍ରକକୁ ଢେଙ୍କାନାଳର ଗଁନ୍ଦିଆ ଠାରେ ସ୍ଥାନୀୟ ଲୋକ ଜବତ କରିଥିବା ଜଣାପଡିଛି । ତେବେ ଗୋରୁ ମାଫିଆ ଓ ପୁଲିସ ମଧ୍ୟରେ ଅସାଧୁ ମେଂଟ ଯୋଗୁଁ ଏହି ବାଟ ଦେଇ ଦୈନନ୍ଦିନ ଗୋରୁ ଚୋରା ଚାଲାଣ ବଢି ଚାଲିଥିବାରୁ ସ୍ଥାନୀୟ ଲୋକାମନଙ୍କ ପକ୍ଷରୁ ତୀବ୍ର ଉତ୍ୱେଜନା ପ୍ରକାଶ ପାଇଥିବା ଖବର ମିଳିଛି । ପ୍ରକାଶ ଥାଉକି, ଢେଙ୍କାନାଳ ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଚାଲିଛି । ଦୈଦନ୍ଦିନ ଟ୍ରିପ ଟ୍ରିପ ଗୋରୁଙ୍କୁ ରାଜ୍ୟ ବାହାରକୁ କରାଯାଉଛି ଚୋରା ଚାଲାଣ । ଆଉ ଏଥିରେ ପୁଲିସ ଓ ଗୋରୁ ମାଫିଆଙ୍କ ଅସାଧୁ ମେଂଟ ରହିଥିବା ଅଭିଯୋଗ ଉଠିଛି । ଢେଙ୍କାନାଳ ପୁଲିସ ସଲାସୁତରାରେ ଗୋରୁ ମାଫିଆ ମାନେ ଢେଙ୍କାନାଳ ଗଁନ୍ଦିଆ ରାସ୍ତାରେ ଡୁବୁରି ବାଟ ଦେଇ କୋଲକତା ଓ ଉତର ପ୍ରଦେଶକୁ ଏହି ଗୋରୁ ସବୁକୁ ଚାଲାଣ ପାଇଁ ଏକ କରିଡର କରିଥିବା ପଦାକୁ ଆସିଛି । ଗତ କିଛି ଦିନ ପୂର୍ବେ ଢେଙ୍କାନାଳର ନିହଲପ୍ରସାଦ ଥାନା ଅଂଚଳରେ ଦୁଇଟି ଟ୍ରକରେ ବୋଝେଇକରି ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିବା ଦୁଇଟି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୂୁ ସଂଖ୍ୟାରେ ଗୋରୁଙ୍କର ଅକାଳ ମୃତ୍ୟୁ ଘଟଇଥିବାପରି ଦୁଖନ୍ଦ ଘଟଣା ପଦାକୁ ଆସିଥିଲା । ପରେ ଗତ ଶୁକ୍ରବାର ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଠାରେ ସ୍ଥାନୀୟ ଲୋକ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ଗୋବିନ୍ଦପୁର ପାଣ୍ଡି ପୁଲିସକୁ ଦେଇଥିଲେ । ତଥାପି ପୁଲିସର ଲାଂଚଖୋର ମନୋବୃତି ବଦଳୁ ନଥିବାରୁ ଏହି ଗୋରୁ ଚାଲାଣ ବନ୍ଦ ହୋଇ ନଥିବା ଜଣାପଡିଛି । ଫଳରେ ପୁଣି ଆଜି ଗଁନ୍ଦିଆଁ ଠାରେ ୪ଟି ଗୋରୁ ବୋଝେଇ ଟ୍ରକ୍କୁ ସ୍ଥାନୀୟ ଲୋକ ଜବତ କରିଥିବା ଜଣାପଡିଛି । ଲୋକମାନେ ଜବତ କରିଥିବା ଏହି ୪ଟି ଆଇଚର ଟ୍ରକରେ ୨ଶହରୁ ଉଦ୍ଧ୍ୱର୍ ଗୋରୁ ଅସୁରକ୍ଷିତ ଭାବେ ବନ୍ଧାଯାଇ ଏହି ଚାଲାଣ କରାଯାଉଥିବା ଧରାପଡିଛି । ବଢି ଭୋର ସମୟରେ ଗଁଦିଆ ଅଂଚଳର ରତିକାନ୍ତ ସାହୁ, ବିଶ୍ୱନାଥ ଜେନା, ପୂର୍ବତନ ସରପଂଚ ବଳରାମ ସାହୁ, ପୂର୍ବତନ ସମିତି ଅଧ୍ୟକ୍ଷ ମଳୟ ସିଂ, ପ୍ରଦୀପ ରାଉତ, ଡମ୍ବରୁ ସେଠୀ ପ୍ରମୁଖଙ୍କ ସମେତ ଶତାଧିକ ଲୋକମାନେ ଏହି ଗୋରୁ ବୋଝେଇ ଟ୍ରକ ୪ଟି ଜବତ କରିବା ବେଳେ ଟ୍ରକ ଡ୍ରାଇଭର ଓ ଗୋରୁ ଚାଲାଣ କାରୀ ମାନେ ଫେରାର ହୋଇଯାଇଛନ୍ତି । ଫଳରେ ଘଟଣାସ୍ଥଳରେ ଗାଡି ଗୁଡିକୁ ଜଗି ରହିଥିଲେ ସ୍ଥାନୀୟ ଲୋକେ । ଏହି ଟ୍ରକରେ ଗୋରୁ ସ୍ଥାନାନ୍ତର ବା ବୋଝେଇ ଆଇନର ଖୋଲା ଖୋଲି ଉଲ୍ଲଂଘନ କରାଯାଇଥିବା ବେଳେ ଏହି ଗୋରୁ ସବୁଙ୍କୁ କୋଲକତା ଓ ଉତରପ୍ରଦେଶକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।
 ବିଶେଷକରି ରେଢାଖୋଲ, ଅନୁଗୁଳ, ଆଠମଲ୍ଲିକ ଓ ଢେଙ୍କାନାଳ ମେରାମୁଣ୍ଡଳୀ ଆଦି ଅଂଚଳରୁ ଏହି ଗୋରୁଙ୍କୁ ଦଲାଲ ମାନଙ୍କ ମାଧ୍ୟମରେ ସଂଗ୍ରହକରି ଏହି ରାସ୍ତା ଦେଇ ବାରମ୍ବାର ଏପରି ବେଆଇନ ଗୋରୁ ଚାଲାଣ କରୁଥିବା ପଦାକୁ ଆସିଛି । ଏଥିରେ ପୁଲିସର ସହଯୋଗ ରହିଥିବାରୁ ଏହି ଗୋରୁ ଚୋରା ଚାଲଶଣ ଏକ ନିତି ଦିନିଆ ଘଟଣା ହୋଇଗଲାଣି ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଉଠାଇଛନ୍ତି । ଏପରିକି ଘଟଣାସ୍ଥଳକୁ ଜିଲ୍ଲାପାଳ ଆସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବ୍ୟାପକ ଉତେଜନା ପ୍ରକାଶ ପାଇଥିଲା । ଏପରିକି ପୁଲିସ ପହଁଂଚିବା ବେଳେକୁ ଉତ୍ୟକ୍ତ ଲୋକମାନେ ଗୋରୁ ଗୁଡିଙ୍କୁ ଫିଟାଇ ଦେବାରୁ ସେମାନେ ଏଣେ ତେଣେ ପଳାଇଯାଇଥିବା ଜଣାପଡିଛି । ଏ ସଂପର୍କରେ ଗଁନ୍ଦିଆ ଥାନାରେ ଏକ ମାମଲା ରୁଜୁ କରି ଟ୍ରକ ୪ଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଗଁନ୍ଦିଆ ଥାନା ଅଧିକାରୀ ନିରୁପମା ଜେନା ପ୍ରକାଶ କରିଛନ୍ତି । ଲୋକମାନେ ଅଟକ ରଖିଥିବା ଟ୍ରକର ନମ୍ବର ଗୁଡିକ ଓଡି-୦୫/ଏଇ୬୧୬୮,ଓଡି-୦୫/ଏଇ-୮୪୧୬,ଓଡି-୦୪/ଜେ-୬୮୯୧ ଓ ଓଆର୦୫/ଏଏଚ୍-୩୨୦୮ ବୋଲି ଜଣାପଡିଛି । । ଏବେ ପ୍ରଶ୍ନ ଉଠୁଛି ବାଡ ଯେବେ ଫସଲ ଖାଏ ତେବେ ସୁରକ୍ଷା ଦେବ କିଏ ? ଏପରିସ୍ଥିତି ଉପୁଜିଛି ଏହି ଗୋରୁ ମାନଙ୍କ ସୁରକ୍ଷା କ୍ଷେତ୍ରରେ । ଆଉ ପୁଲିସ ସହ ଗୋରୁ ମାଫିଆଙ୍କ ସଲାସୁତରା ଯୋଗୁଁ ବଢି ଚାଲିଛି ଏହି ଗୋରୁ ଚୋରା ଚାଲାଣ । ଢେଙ୍କାନାଳ ପୁଲିସର ଭୂମିକା ଯୋଗୁଁ ଗୋରୁମାନେ ଅସୁରକ୍ଷିତ ହୋଇ ପଡିଥିବାରୁ ଢେଙ୍କାନାଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

No comments:

Post a Comment