ଦଶପଲ୍ଲା, ୩/୮: ଗୋରୁ ଚାଲାଣ ବନ୍ଦ କରିବା ପାଇଁ ସରକାର ଘୋଷଣା କରିଥିବା ବେଳେ ଏଥିପାଇଁ କଠୋର ଦଣ୍ଡ ବିଧାନ ମଧ୍ୟ କରିଛନ୍ତି । ମାତ୍ର ଏହି ଆଇନକୁ ତିଳେ ମାତ୍ର ଖାତିର ନକରି କିଛି ଗୋରୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟକୁ ଖୋଲମ ଖୋଲା କରୁଥିବା ବହୁ ନଜିର ରହିଛି । ବହୁ ସମୟରେ ପୋଲିସ ମଧ୍ୟ ସେମାନଙ୍କ ଠାରୁ ହାତଗୁାନେଇ ସେମାନଙ୍କୁ ଛାଡିଦେଇଥାଏ । ମାତ୍ର ଗୁରୁବାର ମଧ୍ୟରାତ୍ରରେ ବୌଦ୍ଧ ଜିଲ୍ଲାରୁ କଟକ ଗୋରୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦଶପଲ୍ଲା ପୋଲିସ କୌଣସି ସୁତ୍ରରୁ ଖବର ପାଇ ସାଳଭଙ୍ଗା ଜଙ୍ଗଲ ଠାରେ ସେମାନଙ୍କୁ ଅଟକାଇବା ସହ ୬ ଗୋଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରି ସେଥିମଧ୍ୟରୁ ୪୨ଟି ଗୋରୁ ଉଦ୍ଧାର କରିଥିବା ବେଳେ ୭ଜଣ ଗୋରୁ ବେପାରିଙ୍କୁ ଅଟକ ରଖିଛି । ସେମାନେ ହେଲେ ଆଠଗଡ ଅଂଚଳର ବିକାଶ ବେହେରା(୨୩),ଶେଷଦେବ ମୁଦୁଲି (୩୨), ପ୍ରକାଶ ମଲ୍ଲିକ(୨୪), କାନ୍ପୁର ଅଂଚଳର ସଦାନନ୍ଦ ନାୟକ(୨୩), ଟାଙ୍ଗି ଅଂଚଳର ମନୋଜ ଭୋଇ (୨୭) ଓ ଚମ୍ପେଶ୍ୱର ଗ୍ରାମର ନିକାସ ମଲ୍ଲିକ(୩୫) । ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ପୋଲିସ କଦଳିଗୋଛା ଆଶ୍ରମରେ ଛାଡିଦେଇଥିବା ଜଣାପଡିଛି ।
Friday 3 August 2018
୬ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ; ୬ ଗିରଫ

Subscribe to:
Post Comments (Atom)
No comments:
Post a Comment